Advertisement
trendingPhotos1172550
photoDetails1hindi

ଭାଇ ଓ ଭଉଣୀ ମିଶି ଜନ୍ମ କଲେ ୪ ସନ୍ତାନ, ଜାଣନ୍ତୁ ଏପରି କରିବା ପଛର କାରଣ

ବର୍ତ୍ତମାନ ଜଣେ ଜର୍ମାନ ଭାଇ ଓ ଭଉଣୀ (German Siblings) ସେମାନଙ୍କ ସମ୍ପର୍କକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ଏହା ବିରୁଦ୍ଧରେ ଲଢ଼ୁଛନ୍ତି । ଏହି ଭାଇ ଓ ଭଉଣୀ ମିଶି ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଓ ସେମାନେ ନିଜ ସମ୍ପର୍କର ଆଇନଗତ ସ୍ୱୀକୃତି ପାଇବା ପାଇଁ ଲଢ଼େଇ କରୁଛନ୍ତି । ସେମାନଙ୍କ ଦାବି ହେଉଛି ଯେ ସମ୍ପର୍କକୁ ଅବୈଧ ବୋଲି ମନେ କରାଯାଉଥିବା ଆଇନକୁ ରଦ୍ଦ କରାଯାଉ ।

1/8

ନୂଆଦିଲ୍ଲୀ: ଭାଇ ଓ ଭଉଣୀର ସମ୍ପର୍କ ଅତି ପବିତ୍ର ସମ୍ପର୍କ ହୋଇଥାଏ । ଭାଇ ସର୍ବଦା ଭଉଣୀକୁ ସମସ୍ତ ପ୍ରକାରର ବିପଦରୁ ରକ୍ଷା କରିଥାଏ । କିନ୍ତୁ ଆପଣଙ୍କୁ ଏହି ଖବର ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିବ । କାରଣ ଭାଇ ଓ ଭଉଣୀ ମିଶି ୪ ସନ୍ତାନ ଜନ୍ମ କରିଛନ୍ତି  । ଦୁନିଆର ଅନେକ ଦେଶରେ ଭାଇ ଓ ଭଉଣୀ ମଧ୍ୟରେ ଏପରି ସମ୍ପର୍କକୁ ଆଇନଗତ ସ୍ୱୀକୃତି ଦେଇଛନ୍ତି, କିନ୍ତୁ କିଛି ଦେଶ ଏହାକୁ ଅପରାଧ ବୋଲି ମନେ କରନ୍ତି । ଏହା ମଧ୍ୟ ଜର୍ମାନୀରେ ଆଇନଗତ ଭାବରେ ବୈଧ ନୁହେଁ ।

2/8

ବର୍ତ୍ତମାନ ଜଣେ ଜର୍ମାନ ଭାଇ ଓ ଭଉଣୀ (German Siblings) ସେମାନଙ୍କ ସମ୍ପର୍କକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ଏହା ବିରୁଦ୍ଧରେ ଲଢ଼ୁଛନ୍ତି । ଏହି ଭାଇ ଓ ଭଉଣୀ ମିଶି ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଓ ସେମାନେ ନିଜ ସମ୍ପର୍କର ଆଇନଗତ ସ୍ୱୀକୃତି ପାଇବା ପାଇଁ ଲଢ଼େଇ କରୁଛନ୍ତି । ସେମାନଙ୍କ ଦାବି ହେଉଛି ଯେ ସମ୍ପର୍କକୁ ଅବୈଧ ବୋଲି ମନେ କରାଯାଉଥିବା ଆଇନକୁ ରଦ୍ଦ କରାଯାଉ ।

3/8

'ଦି ମିରର'ର ଖବର ମୁତାବକ, ପାଟ୍ରିକ୍ ସ୍ୟୁବିଙ୍ଗ (Patrick Stuebing) ତାଙ୍କ ସାନ ଭଉଣୀ ସୁସାନ କାରୋଲେଭସ୍କି (Susan Karolewski) ଙ୍କ ସହ ୨୦ ବର୍ଷ ଧରି ରହୁଛନ୍ତି । ପୂର୍ବ ଜର୍ମାନୀରେ ରହୁଥିବାବେଳେ ତାଙ୍କ ପିତା ପାଟ୍ରିକଙ୍କ ଉପରେ ଆକ୍ରମଣ କରିଥିଲେ ଓ ଏହା ପରେ ସେ ଘରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ଭଉଣୀଙ୍କ ଘରେ ରହୁଥିବା ସମୟରେ ଦୁହେଁ ଗୋଟିଏ ବେଡରୁମରେ ଶୋଇବା ଆରମ୍ଭ କରିଥିଲେ ଓ ପାଟ୍ରିକ ନିଜର ମାନସିକ ଭାବେ ଅସୁସ୍ଥ ସାନ ଭଉଣୀ ସୁସାନଙ୍କ ସହ ସମ୍ୱନ୍ଧ ଗଢ଼ିଥିଲେ ।

4/8

ଏହି ଅବୈଧ ସମ୍ପର୍କ ଯୋଗୁଁ ଉଭୟଙ୍କର ୪ଟି ସନ୍ତାନ ହୋଇଛି । ସେଥି ମଧ୍ୟରୁ ଦୁଇଜଣ ବିକଳାଙ୍ଗ । ୨୦୧୧ରେ ଏହି ଦମ୍ପତି ଜର୍ମାନୀର ଆଇନକୁ ପରିବର୍ତ୍ତନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ ଓ ସେମାନେ ଚାହାଁନ୍ତି ଯେ ସେମାନଙ୍କର ସମ୍ପର୍କ ଆଇନଗତ ଭାବରେ ମାନ୍ୟତା ମିଳୁ । 

5/8

ଜର୍ମାନୀର ଆଇନ ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ନିଷିଦ୍ଧ କରେ ଓ ସେମାନଙ୍କର ସମ୍ପର୍କ ବେଆଇନ ବୋଲି ଧରାଯାଏ । ୨୦୧୨ରେ ମାନବାଧିକାର କୋର୍ଟରେ ଏହି ଦମ୍ପତି ମଧ୍ୟ ଆବେଦନ କରିଥିଲେ ।

6/8

ପାଟ୍ରିକ୍ ମଧ୍ୟ ଏହି ମାମଲାରେ ଦୁଇଥର ଜେଲ ଦଣ୍ଡ ଭୋଗି ସାରିଛନ୍ତି । ପାଟ୍ରିକକହିଛନ୍ତି ଯେ ଆମ ମଧ୍ୟରେ ଘଟିଥିବା ଘଟଣା ପାଇଁ ଆମେ ନିଜକୁ ଦୋଷୀ ମନେ କରୁନାହୁଁ । ସେ କହିଛନ୍ତି ଯେ ସେ ପରିବାରର ମୁଖ୍ୟ ଓ ତାଙ୍କ ଭଉଣୀର ସୁରକ୍ଷା କରନ୍ତି । ସୁସାନ ଅତ୍ୟନ୍ତ ସମ୍ବେଦନଶୀଳ ଓ ମୁଁ ତାଙ୍କୁ କଷ୍ଟ ସମୟରେ ସାହାଯ୍ୟ କରୁଥିଲି ଏବଂ ଏହି ସମୟ ମଧ୍ୟରେ ଆମେ ଶାରୀରିକ ସମ୍ପର୍କ ଗଢ଼ିଥିଲୁ ।

7/8

ପାଟ୍ରିକ୍ କହିଛନ୍ତି ଯେ, ଆମେ କିଛି ଭୁଲ୍ କରିନାହୁଁ ଓ ଆମେ ଜାଣି ନଥିଲୁ କି ଏକାଠି ଶୋଇବା ବେଆଇନ୍ ଅଟେ । ସେ କହିଛନ୍ତି ଯେ ଆମ ମା' ମଧ୍ୟ ଏହି ସମ୍ପର୍କକୁ ସ୍ୱୀକୃତି ଦେଇ ନାହାଁନ୍ତି, କିନ୍ତୁ ଏହି ବିଷୟରେ ନିଷ୍ପତ୍ତି ନେବାକୁ ଆମର ଉଭୟଙ୍କର ଅଧିକାର ଅଛି । ସୁସାନ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ କହିଛନ୍ତି ଯେ ପିଲାବେଳେ ଏକାଠି ବଡ଼ ହୋଇଥିବା ନିଜ ଭାଇଙ୍କୁ ଜାଣି ନଥିଲେ, କିନ୍ତୁ ଯେତେବେଳେ ପିତା ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ସେତେବେଳେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ।

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିବ ବଡ଼ ଝଟକା! ହାର୍ଦ୍ଦିକ ପଟେଲ ଟ୍ୱିଟର ବାୟୋରୁ ହଟାଇଲେ ଦଳର ନାମ

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଭାରତର ୫ଟି ବଡ଼ ଚୋର ବଜାର ବିଷୟରେ, ଯେଉଁଠାରେ ଶସ୍ତାରେ ମିଳିଥାଏ ସବୁକିଛି

8/8

ବର୍ତ୍ତମାନ ଦୁନିଆରେ ପ୍ରାୟ ୨୨ଟି ଦେଶ ଅଛି ଯେଉଁଠାରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବେଆଇନ ବୋଲି ଧରାଯାଏ ନାହିଁ । ଏଥିରେ ଫ୍ରାନ୍ସ, ଆର୍ଜେଣ୍ଟିନା, ବ୍ରାଜିଲ, ଜାପାନ, ଦକ୍ଷିଣ କୋରିଆ ଏବଂ ତୁର୍କୀ ସାମିଲ ରହିଛି । କିନ୍ତୁ ଆଫଗାନିସ୍ତାନ, ଇରାନ, ସାଉଦି ଆରବ ଭଳି ଦେଶରେ ଏହି କାର୍ଯ୍ୟ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ବ୍ରିଟେନରେ ମଧ୍ୟ ଏହା ବେଆଇନ ଓ ସେଠାରେ ଆଜୀବନ କାରାଦଣ୍ଡର ପ୍ରବଧାନ ରହିଛି ।

ट्रेन्डिंग फोटोज़